ଶିଶୁ ଚୋରି ଘଟଣାରେ ଅଭିଯୁକ୍ତ ନିଜେ ବାପା। @nirakarpur

ନିରାକାରପୁର ରେଳଷ୍ଟେସନରୁ ଶିଶୁ ଚୋରି ଘଟଣାରେ ନୂଆ ମୋଡ଼। ଥାନାରେ ଅଭିଯୋଗ କରିଥିବା ବାପା ମୁଖ୍ୟ ଅଭିଯୁକ୍ତ । ଘଟଣାର ପର୍ଦ୍ଦାଫାଶ କରିଛି ରେଳବାଇ ପୋଲିସ। ୪ ମାସର ପୁଅ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ନିଜେ ବାପା । ଶିଶୁପୁତ୍ରକୁ ଅପହରଣ କରି ​ପ୍ରଥମ ପତ୍ନୀଙ୍କୁ ନିଜ ଶିଶୁପୁତ୍ରକୁ ଟେକି ଦେଇଥିଲା ବାପା ପ୍ରଶାନ୍ତ ପ୍ରଧାନ। ରେଳବାଇ ପୋଲିସର ତଦନ୍ତ ପରେ ଧରାପଡ଼ିଲା ବାପାର ସବୁ ସତ। ​ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ପ୍ରଶାନ୍ତ ପ୍ରଧାନ ଅଟକ ରଖି ଜେରା କରୁଛି ରେଳବାଇ ପୋଲିସ। ତେବେ ​ପୋଲିସ ଓ ନିଜର ଦ୍ଵିତୀୟ ସ୍ତ୍ରୀକୁ ଭୂଆଁ ବୁଲାଇବା ପାଇଁ ରଚିଥିଲା ଚୋରିର ମିଥ୍ୟା କାହାଣୀ। ​ଆଜି ସାମ୍ବାଦିକ ସମ୍ମିଳନୀ କରି ପୂରା ରହସ୍ୟ ଉପରୁ ପରଦା ହଟାଇବ ରେଳବାଇ ପୋଲିସ। ଶିଶୁ ପୁତ୍ରର ବାପା ପ୍ରଶାନ୍ତ କୁମାର ପ୍ରଧାନ ଗତକାଲି ରେଳବାଇ ଥାନାରେ କରିଥିବା ଅଭିଯୋଗ ମୁତାବକ ମଙ୍ଗଳବାର ରାତିରେ ରାତି ପ୍ରାୟ ୮ଟା ସମୟରେ ସେ ଓ ତାଙ୍କ ତାଙ୍କ ପତ୍ନୀ ଶାନ୍ତିଲତା ପରିଡା ବ୍ରହ୍ମପୁର – ଭୁବନେଶ୍ୱର DMU ରେ ଆସି ନିରାକାରପୁର ଷ୍ଟେସନର ପ୍ଲାଟଫର୍ମରେ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କର ୪ ମାସର ପୁଅକୁ ଚୋରି କରି ନେଇଯାଇଥିଲେ ।

TANGI,, BREAKING,,,
ଗତକାଲି ଖୋର୍ଦ୍ଧା ରେଳ ମଣ୍ଡଳ ନିରାକାରପୁର ରେଳ ଷ୍ଟେସନ ରେ ବିଳମ୍ବିତ ରାତିରେ ମା କୋଳରୁ ୪ମାସର ଶିଶୁ ପୁତ୍ର ଚୋରୀ ଅଭିଯୋଗ ଘଟଣା ।
ନିଖୋଜ ଶିଶୁପୁତ୍ର ଫେରିଲା ମା କୋଳକୁ। ପିଲା ଚୋରି ନାଟକର ମୁଖ୍ୟ ଅଭିଯୁକ୍ତ ଶିଶୁର ନିଜ ପିତା ପ୍ରଶାନ୍ତ ପ୍ରଧାନ।
ଶିଶୁ ପୁତ୍ରକୁ ନିଜ ଗାଁ ରଣପୁର ଥାନା କଳାମାଟିଆ ଉଦ୍ଧାର କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଶିଶୁର ବାପା
ପ୍ରଶାନ୍ତ ପ୍ରଧାନ କୁ GRP ପୋଲିସ ଅଟକ ରଖି ଅଧିକା ତଦନ୍ତ ଆରମ୍ଭ କରିଛି।
ପ୍ରଶାନ୍ତ ନିଜ ପୁତ୍ର କୁ ଫୋନ କରି ପ୍ରଥମ ସ୍ତ୍ରୀ କୁ ଦେଇ ଦେଇଥିଲେ,, ପ୍ରଶାନ୍ତ ଦୁଇଟି ବିବାହ କରିଛନ୍ତନିରାକାରପୁର ଷ୍ଟେସନରୁ 4ମାସର ଶିଶୁପୁତ୍ର ଚୋରୀ।
ଗତକାଲିର ନ୍ୟୁଜ୍ : ଷ୍ଟେସନ୍ ରୁ ଶିଶୁ ଚୋରି !

ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନ ରୁ 4ମାସର ଶିଶୁପୁତ୍ର ଚୋରି।ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ହୋଇଛି ଚୋରି ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ।ସୂଚନାରୁ ଜଣାପଡିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର
ପ୍ରଶାନ୍ତ ପ୍ରଧାନ ତାଙ୍କ ସ୍ତ୍ରୀ
ଚିନୁଲତା ପରୀଡା ଓ ତାଙ୍କର 4ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ପ୍ରଥମେ କାଳୁପଡାଘାଟ ଷ୍ଟେସନ ରେ ପହଞ୍ଚି ଥିଲେ ସେଠାରୁ ଡିଏମୟୁ ଟ୍ରେନ ଯୋଗେ ନିରାକାରପୁର ଷ୍ଟେସନ ଆସିଲେ।ସକାଳ ହୋଇଥିଲେ ଟ୍ରେନ ଯୋଗେ ଟ୍ରେନରେ ତାମିଲନାଡୁ ଯାଇଥାନ୍ତେ।ପ୍ରଶାନ୍ତ ତାର ସ୍ତ୍ରୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର 3ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ଉଭୟ ପିତା ମାତାଙ୍କୁ ନିଦ ଆସି ଯାଇଥିଲା ସେହି ସୁଯୋଗରେ ମା କୋଳରୁ ଶିଶୁପୁତ୍ର କୁ କୈ।ଣସି ଦୁର୍ବୁତ୍ତ ଉଠାଇ ନେଇଯାଇଛନ୍ତି।ଉଭୟ ପିତା ମାତା ଅନେକ ଖୋଜାଖୋଜି କରିଲେ ନିରାକାରପୁର ଆରପିଏଫ ପୋଲିସର ସହାୟତା ମାଗିଲେ ହେଲେ ତାଙ୍କୁ ଆରପିଏଫ ପୋଲିସ କୈ।ଣସି ସହଯୋଗ କଲା ନାହିଁ ଓଲଟା ଗାଳିଗୁଲଜ କରି ପ୍ଲାଟଫର୍ମରୁ ବାହାରି ଯିବାକୁ ଧମକ ଦେଲା।ସେମାନେ ବିଳମ୍ବିତ ରାତିରେ ନିରାକାରପୁର ଥାନାରେ ପହଞ୍ଚିଲେ ସେମାନେ ସୂଚନା ଦେଲେ ନିରାକାରପୁର ରେଳବାଇ ଥାନା ଅଂଚଳରେ ଘଟଣା ଘଟିଛି ସେଠାରେ ଅଭିଯୋଗ କର ସେମାନେ ସେଠାରୁ ନିରାଶ ହୋଇ ଫେରିଲେ।ସକାଳ ପାଇଲା ସ୍ଥାନୀୟ ଅଂଚଳରେ ଘଟଣା ପ୍ରଘଟ ହେଲା ପରେ ସ୍ଥାନୀୟ ଲୋକଙ୍କ ଚାପରେ ରେଳବାଇ ଜିଆରପି ପୋଲିସରେ ଉଭୟ ଦମ୍ପତି ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ ଆଧାରରେ ରେଳବାଇ ଜିଆରପି ପୋଲିସ ତଦନ୍ତ ଜାରି ରଖିଛି।ଶିଶୁପୁତ୍ର କୁ ଖୋଜି ଆଣିବାକୁ ପିତାମାତା ଗୁହାରି କରି ଥିଲେ