ନିଜ ଗୋଷ୍ଠୀ ଙ୍କ କଥା ରେ ମାଆ ଟିଏ ନିଜ ଜନ୍ମିତ ଛୁଆକୁ କରେ ନିଜଠୁ ଦୂରେଇ ଦିଏ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ ପାଇକ ଭୂଇଁ ଜଙ୍ଗଲ ରେ ୧୭ ଟିକିଆ ହାତୀ ପଲ ଙ୍କ ସହ ଛୁଆ ହାତୀ ଘୁରି ବୁଲୁଥିଲା। ଏହି ସମୟରେ ହାତୀ ପଲ ଯାଉଥିବା ସମୟରେ ଏକ କୂଅ ନିକଟରେ ଛୁଆ ହାତୀ ପାଣି ପିଇବାକୁ ଯାଇ କୂଅ ରେ ଖସି ପଡ଼ିଥିଲା।
ହାତୀ ପଲକୁ ଡ୍ରୋନ୍ ସହାୟତା ରେ ମନିଟରିଙ୍ଗ କରୁଥିବା ରେଞ୍ଜ ଅଫିସର ସିଧୁ ସିଂ ଘଟଣା ସମ୍ପର୍କ ରେ ଜାଣିବାକୁ ପାଇଥିଲେ । ତୁରନ୍ତ ଆରମ୍ଭ ହୋଇଥିଲା ଗଜ ଉଦ୍ଧାର ଅପରେସନ। କୂଅରେ ପାଣି ଭର୍ତ୍ତି କରାଯିବା ସହ ଜେସିବି ସହାୟତା ରେ କୂଅ ରେ ପଡ଼ିଥିବା ହାତୀ ଛୁଆ କୁ ଉଦ୍ଧାର କରିଥିଲା ରଣପୁର ବନ ବିଭାଗ ଉଦ୍ଧାର ହୋଇଥିବା ହାତୀ ଛୁଆ ୧ ମାସ ର ହୋଇଥିବା ଯୋଗୁଁ ବନ କର୍ମଚାରୀ ମାନେ ଏକ୍ସପର୍ଟ ଙ୍କ ସହାୟତା ରେ ହାତୀ ଛୁଆ କୁ ହାତୀ ପଲ ସହ ଛାଡିବାକୁ ଉଦ୍ୟମ କରିଥିଲେ, ଦୁଇ ଦୁଇ ଥର ଉଦ୍ୟମ କରିବା ପରେ ମଧ୍ୟ ହାତୀ ପଲ ଙ୍କ ଚାପରେ ହାତୀ ଛୁଆ କୁ ମା ହାତୀ ଗ୍ରହଣ କରି ନଥିଲା । ଏପଟେ ହାତୀ ଛୁଆ ର ଜୀବନ ପ୍ରତି ବିପଦ ଥିବା ଜାଣିବା ପରେ ବନ ବିଭାଗ ପକ୍ଷରୁ ହାତି ଛୁଆ କୁ ଉଦ୍ଧାର କରାଯାଉ ସ୍ୱତନ୍ତ ଗାଡିରେ ଚନ୍ଦକା ଜଙ୍ଗଲ ର ଗୋଡି ବାରିରେ ନେଇ ଛାଡି ଦିଆ ଯାଇଥିବା ଜଣା ପଡିଛି, ହାତୀ ଛୁଆ ସମ୍ପୂର୍ଣ ସୁସ୍ଥ ଥିବା ରଣପୁର ରେଞ୍ଜ ଅଫିସର ସିଧୁ ସିଂ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧା ବନ ଖଣ୍ଡ ରଣପୁର ରେଞ୍ଜ, ହାତୀ ଛୁଆ ଉଦ୍ଧାର।
